Sabyasachira Sabda

Author:   Atanu Sabyasachi
Publisher:   Black Eagle Books
ISBN:  

9781645605171


Pages:   92
Publication Date:   31 December 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Sabyasachira Sabda


Add your own review!

Overview

ବୃତ୍ତି-ରାଜନୀତି, ପ୍ରବୃତ୍ତି-ସାହିତ୍ୟ ଅଭିରୁଚି । ଗୋଟେ ପଟେ କର୍ମର କଠୋର ଅନୁଶାସନ, ଅନ୍ୟପଟେ ଛାତି ଭିତରର ଅକୁହା ସ୍ପନ୍ଦନ । ବୁଝିପାରୁଥିବେ ଗୋଟିଏ ଦେହ-ମନଧାରୀ ମଣିଷଟେ କେତେ ଛଟପଟ ହୁଏ । ଆତ୍ମମୁକ୍ତି ପ୍ରତିଟି ମଣିଷର ଚିରନ୍ତନ ଉଦ୍ଦେଶ୍ୟ ହେଲେ ମଧ୍ୟ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ଆହ୍ୱାନରେ ଆତ୍ମମୁକ୍ତିର ମାର୍ଗ ସମୟେ ସମୟେ ରୁଦ୍ଧ ହୋଇଯାଏ ନାହିଁ କି? ସାଧାରଣ ମଣିଷର ସବୁତକ ପ୍ରବୃତ୍ତି, ଜଗତର ପ୍ରତ୍ୟେକ ଜୀବନ ପାଇଁ ଛାତିର ପ୍ରେମ, କରୁଣା, ଦୟା ସହ ନିଜକୁ ନିଃଶେଷ କରି ସନ୍ତାପିତ ଜଗତକୁ ଶାନ୍ତ, ବ୍ୟବସ୍ଥିତ ଓ ସୁନ୍ଦର କରିବାର ଇଚ୍ଛା ମୋ ଭିତରେ । ସବୁବେଳେ ଭାବେ ମଣିଷଟେ ଏହି ଧରାତଳୁ ବିଦାୟ ନେଲା ପରେ ତା'ର ଅବଶିଷ୍ଟ ସାରାଂଶ ଭାବେ କ'ଣ ରହେ! ପ୍ରଖର ସ୍ରୋତସ୍ୱିନୀଟେ ଶୁଷ୍କ ହୋଇଗଲେ ତା' ଧାରର ଅବଶେଷରେ କିଛି ଗୋଡ଼ି, ପଥର, ଗେଣ୍ଡା ଓ ଶାମୁକାର ଖୋଳପା ସବୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆମେ ଦେଖିଥାଉ । ମଣିଷ ଜୀବନ ମଧ୍ୟ ସେଇଆ । ସେ ଚାଲିଗଲା ପରେ ଏବଂ ସଂସାରରୁ ତା' ପାଦଚିହ୍ନ ଲିଭିଗଲା ପରେ ଯଦି କିଛି ରହିଥାଏ, ତାହା ହୁଏତ ହୃଦୟକୁ ସ୍ପର୍ଶ କରିଥିବା, ମଳୟର ସ୍ମୃତି, ତା' ମିଠା ଶବ୍ଦର ମର୍ମର, ମହତ୍ ଦାନର ସ୍ମାରକୀ, ପ୍ରେମର କିଛି ଓଜନିଆ ଦୀର୍ଘଶ୍ୱାସ, ଅବା ପୁନର୍ଜନ୍ମ ପାଇଁ ସୁଦୀର୍ଘ ଅପେକ୍ଷାର କାହାଣୀ ଅବା ପ୍ରତିମୁହୂର୍ତ୍ତରେ ନଥିବା ମଣିଷକୁ ବିକଳ ହୋଇ ଖୋଜୁଥିବା ମଣିଷଙ୍କ ଉଦାସ ଆଖିର କରୁଣ ଦୃଷ୍ଟି । ଯଦି ସମୟ ସବୁ କ୍ଷତକୁ ଭରିଦିଏ ଏବଂ ସବୁ ଅନୁଭବକୁ ପୋଛିଦିଏ ତେବେ ମୋ ସମୟର ଅନୁଭବ, ମୋ ଛାତିର ଆବୁରୁଜାବୁରୁ କ୍ରିୟାକଳାପ, ମୋ ଏକଲାପଣ ଆଉ ସଂସାର ପାଇଁ ମୋ ଅସୀମ ଆତୁର ପ୍ରୀତିର ସାକ୍ଷୀ କିଏ? ତେଣୁ ମୋ ଶବ୍ଦଙ୍କୁ ସମୟର ଏଇ ରାତି-ଦିନର ଚକ୍ରରେ ମିଳେଇ ଯିବାକୁ ଦେବିନି ବୋଲି ଏ 'ସବ୍ୟସାଚୀର ଶବ୍ଦ'ଙ୍କୁ ଲିପିବଦ୍ଧ କରି ଆପଣମାନଙ୍କ ଆଗରେ ରଖିଯିବାକୁ ଚାହିଁଲି । ଆଶା କରୁଛି ଆଜି, କାଲି କିମ୍ବା ପରବର୍ତ୍ତୀ କୌଣସି ଦିନରେ କେବେ ଆପଣମାନେ ଏ କବିତାକୁ ପଢ଼ିବେ ଏବଂ ବୁଝିପାରିବେ । ଡିସେମ୍ବର ୩୧, ୨୦୨୩ - ଅତନୁ

Full Product Details

Author:   Atanu Sabyasachi
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.127kg
ISBN:  

9781645605171


ISBN 10:   1645605175
Pages:   92
Publication Date:   31 December 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

କବିତା କହିଲେ କିଛି ଆବେଗର ସ୍ୱତଃସ୍ଫୂର୍ତ୍ତ ଉଚ୍ଚାରଣ ହିଁ ତ! କିଛି ଭାବନାତ୍ମକ କ୍ରିୟା-ପ୍ରତିକ୍ରିୟାକୁ ଶବ୍ଦର ପ୍ରଲେପ ଦେଇ ଅଭିବ୍ୟକ୍ତ କରିବାଠୁ ଆଉ ବଡ଼ ସାହସ କ'ଣ ଅବା ହୋଇପାରେ! ସତରେ ନିଜ ଅନ୍ତରର ଉଛୁଳାପଣକୁ ଭାବାନୁସାରୀ ଶବ୍ଦସଂଗ୍ରହ ପରେ ଅଭିବ୍ୟଞ୍ଜିତ କରିବା ଆଦୌ ସହଜ ନୁହେଁ । କବିଟେ ସର୍ବଦା ନିଜ ହୃଦୟକୁ ଅନ୍ୟ ନିକଟରେ ଉନ୍ମୁକ୍ତ କରିଦେବାକୁ ଚାହେଁ । ଏକପାଶ୍ୱର୍ରେ ତା' ଅଭିମାନ ତା' ଆବେଗିକ ଉନ୍ମୁକ୍ତିର ଦ୍ୱାର ରୁଦ୍ଧ କରୁଥାଏ ଅନ୍ୟପ।।୍]ର୍ବରେ ତା' ସମାଜପ୍ରେମ ନିଜକୁ ବ୍ୟକ୍ତ କରିବାକୁ ତାକୁ ପ୍ରୋତ୍ସାହିତ କରୁଥାଏ । ଅତନୁ ସବ୍ୟସାଚୀ ନାୟକ ଓଡ଼ିଶାର ରାଜନୀତିକ ପ୍ରେକ୍ଷାପଟ୍ଟର ଜଣେ ତୁଙ୍ଗ ରାଜନେତା । ରାଜନୀତି ଏବଂ ସାହିତ୍ୟର ଦ୍ୱିବିଧ ତୀର ସନ୍ଧାନରେ ନିଜର ସବ୍ୟସାଚୀତ୍ୱକୁ ସିଦ୍ଧ କରିଥିବା ଜଣେ ଅମାୟିକ ଲେଖକ । ଓଡ଼ିଶା ରାଜନୀତିରେ ପ୍ରବେଶ ପୂର୍ବରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ ତାଙ୍କର ଅସଂଖ୍ୟ ସ୍ତମ୍ଭ ତାଙ୍କୁ ଜଣେ ବିଶିଷ୍ଟ ସ୍ତମ୍ଭକାରର ମାନ୍ୟତା ଦେଇସାରିଥିଲା । 'ସବ୍ୟସାଚୀର ଶବ୍ଦ' ଅତନୁ ସବ୍ୟସାଚୀଙ୍କ ଆବେଗ ଓ ଭାବନାର ଏକ ଅଭିନବ କାବ୍ୟିକ ସାରସ୍ୱତ ରୂପ । 'ସବ୍ୟସାଚୀର ଶବ୍ଦ' ଶ୍ରୀ ନାୟକଙ୍କ ଭାବଜଗତରୁ ଉତ୍ସାରିତ ଆବେଗପୂର୍ଣ୍ଣ ଶବ୍ଦର ସମ୍ଭାର । ଅକପଟ-ସରଳ ଶବ୍ଦବିନ୍ୟାସ ମଧ୍ୟଦେଇ ଜଣେ ଭାବପ୍ରବଣ ମଣିଷର ହୃଦୟାବେଗ କିପରି ସୁନ୍ଦର ଭାବରେ ଅଭିବ୍ୟକ୍ତ ହୋଇଛି ତାହାହିଁ 'ସବ୍ୟସାଚୀର ଶବ୍ଦ'ର ଅନ୍ତଃସ୍ୱର । 'ଭାବପ୍ରବଣତା' ଜଣେ ସାହିତ୍ୟିକର ମୁଖ୍ୟ ଉଦ୍ଦୀପନ ବିଭାବ । ଏହାର ଅଭାବରେ ଲେଖିବା ସମ୍ଭବ ନୁହେଁ । ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯେ ଜଣେ ଆବେଗପ୍ରବଣ କବି ତାହା ତାଙ୍କର କବିତାଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List