Prabasi Odia Sahitya: Srusti O Samikshya

Author:   Sanghamitra Bhanja
Publisher:   Black Eagle Books
ISBN:  

9781645603726


Pages:   452
Publication Date:   17 April 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Prabasi Odia Sahitya: Srusti O Samikshya


Add your own review!

Overview

ମଣିଷ ବିଦେଶରେ ରହି ଭାଷା ଭୁଲିଗଲେ ପରିଚିତି ସଂକଟର ସାମ୍ନା କରେ । ଓଡ଼ିଆ ସନ୍ତାନ ପୃଥିବୀର ବହୁ ଦେଶରେ ଅଛନ୍ତି ଓ ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ଓ ସମୃଦ୍ଧ । କର୍ମକ୍ଷେତ୍ରରେ ଓ ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ପ୍ରଥମ ପିଢ଼ିର ପ୍ରବାସୀ ଓଡ଼ିଆମାନେ ସେମାନଙ୍କ ହୃଦୟର ନିକଟତମ ମାତୃଭାଷା ଓଡ଼ିଆକୁ ଭୁଲନ୍ତି ନାହିଁ । ସେମାନଙ୍କୁ ପଚାରିଲେ ସେମାନେ ନିଶ୍ଚୟ କହିବେ ସେମାନେ ସ୍ୱପ୍ନ ଦେଖନ୍ତି ମାଆର ଭାଷା ଓଡ଼ିଆରେ । ଆମେ ଓଡ଼ିଶାରେ ଥାଇ ଖବର ରଖୁ ବା ନ ରଖୁ କେତେ ପ୍ରବାସୀ ଓଡ଼ିଆ ବିଶେଷ କରି ଆମେରିକାରେ ଥିବା ପ୍ରଥମ ପିଢ଼ିର ସଫଳ ଓଡ଼ିଆ ମାତୃଭାଷାରେ ସାହିତ୍ୟ ରଚନା କରନ୍ତି । ମାଆ ଏବଂ ମାତୃଭାଷାର (ଲିପି) ମୁହଁ ସବୁଠୁ ସୁନ୍ଦର । ମାତୃଭାଷା ପୃଥିବୀର ମଧୁରତମ ସଂଗୀତ । ପ୍ରାଚୁର୍ଯ୍ୟ ଭିତରେ ଥାଇ ମଧ୍ୟ ଓଡ଼ିଆମାନେ ମାଆ ହାତରନ୍ଧା ଖାଦ୍ୟପେୟ ଏବଂ ମାତୃଭୂମିର ପର୍ବପର୍ବାଣି, ନୃତ୍ୟ-ଗୀତକୁ ଝୁରି ହୁଅନ୍ତି । ସେମାନେ ପ୍ରବାସୀ ଓଡ଼ିଆ ହେଲେ ମଧ୍ୟ ଛିନ୍ନମୂଳ ନୁହଁନ୍ତି । ଆପଣାର ଗାଁ, ଘର ଏବଂ ସଂସ୍କୃତି ପାଇଁ ସେମାନଙ୍କ ଭିତରେ ଉଚ୍ଚାଟ ଆବେଗ ସେମାନଙ୍କୁ ଲେଖାଏ । ଘର-ବାହାରେ ବେଶ୍ ପରିଶ୍ରମ କରନ୍ତି ସେମାନେ । ତା' ସତ୍ତ୍ୱେ ଯେଉଁ କେତେ ଜଣଙ୍କ ଭିତରେ ସୃଜନ ପ୍ରତିଭା ଅଛି, ସେମାନେ ଲେଖୁଛନ୍ତି । ଆମେ ସେମାନଙ୍କୁ କେତେ ପଢ଼ିଛୁ ଜାଣିଛୁ ସେଇଟା ସେମାନଙ୍କର ନୁହେଁ ଆମର ଦାୟିତ୍ୱ । ସାହିତ୍ୟ ଅନ୍ତଃପ୍ରେରଣାରୁ ସୃଷ୍ଟି ହେଲେ ମଧ୍ୟ ବାହ୍ୟ ପ୍ରେରଣାର ଭୂମି ଲେଖକର ସାହିତ୍ୟ ସୃଷ୍ଟିପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରବାସୀ ସାହିତ୍ୟ ଆମ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଆମେ ଏ ପର୍ଯ୍ୟନ୍ତ ବିଚାରିନାହୁଁ । ସେମାନଙ୍କ ସାହିତ୍ୟ ଉପରେ ଆଲୋଚନା-ସମାଲୋଚନା କେତେ ହୁଏ? ଉତ୍ତର ସମ୍ଭବତଃ ନା । ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ସାହିତ୍ୟ ସୃଷ୍ଟି-ସମୀକ୍ଷାର ପ୍ରକାଶନ ସେମାନଙ୍କ ସାରସ୍ୱତ ସାଧନାକୁ ଗର୍ବିତ ସ୍ୱୀକୃତି ଦେବ ।

Full Product Details

Author:   Sanghamitra Bhanja
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 2.60cm , Length: 21.60cm
Weight:   0.572kg
ISBN:  

9781645603726


ISBN 10:   1645603725
Pages:   452
Publication Date:   17 April 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

ପ୍ରବାସୀ ସାହିତ୍ୟ ଆମ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଆମେ ଏ ପର୍ଯ୍ୟନ୍ତ ବିଚାରିନାହୁଁ । ସେମାନଙ୍କ ସାହିତ୍ୟ ଉପରେ ଆଲୋଚନା-ସମାଲୋଚନା କେତେ ହୁଏ? ଉତ୍ତର ସମ୍ଭବତଃ ନା । ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ସାହିତ୍ୟ ସୃଷ୍ଟି-ସମୀକ୍ଷାର ପ୍ରକାଶନ ସେମାନଙ୍କ ସାରସ୍ୱତ ସାଧନାକୁ ଗର୍ବିତ ସ୍ୱୀକୃତି ଦେବ । ସେମାନଙ୍କ ସୃଷ୍ଟିକୁ ସମ୍ମାନ ଦେବାର ଏହି ସାରସ୍ୱତ ପଦବୋଧ ଧନ୍ୟବାଦାର୍ହ ଓ ଅଭିନନ୍ଦନୀୟ । ପ୍ରତିଭା ରାୟ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖିକା


Author Information

କବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ, ଗୌରହରି ଦାସଙ୍କ ସାରସ୍ୱତ ବଳୟ, ପ୍ରାଚୀନ କାବ୍ୟ ବିତାନ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ, ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ଓ ସମ୍ପାଦନା ପୁସ୍ତକ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List