Odia Baigyanika Upanyasa

Author:   Nibedita Panda
Publisher:   Black Eagle Books
ISBN:  

9781645603375


Pages:   210
Publication Date:   20 November 2022
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Odia Baigyanika Upanyasa


Add your own review!

Overview

"ଓଡ଼ିଆ ସାହିତ୍ୟରେ ବୈଜ୍ଞାନିକ ଉପନ୍ୟାସର ସୃଷ୍ଟି ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯାହାର ଅଗ୍ରଦୂତ ହୋଇଛନ୍ତି ଡକ୍ଟର ଗୋକୁଳାନନ୍ଦ ମହାପାତ୍ର । ସେ ହେଉଛନ୍ତି ପ୍ରଥମ ସ୍ରଷ୍ଟା । ତାଙ୍କ ଦ୍ୱାରା ରଚିତ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସ ""ପୃଥିବୀ ବାହାରେ ମଣିଷ"" ୧୯୫୨ ମସିହାରେ ପ୍ରକାଶିିତ । ଔପନ୍ୟାସିକ ଗୋକୁଳାନନ୍ଦ ମହାପାତ୍ର ଏ କ୍ଷେତ୍ରରେ ଯେଉଁ ଉଦ୍ୟମ କରିଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ । ଗୋକୁଳାନନ୍ଦ ମହାପାତ୍ରଙ୍କ ପରେ ଏ କ୍ଷେତ୍ରରେ ଯୋଗଦେଲେ ଡଃ. ନୃସିଂହଚରଣ ପଣ୍ଡା, ଡଃ. ଦେବକାନ୍ତ ମିଶ୍ର, ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର, ଡଃ. ପ୍ରତିଭା ରାୟ, ଡଃ. ଜ୍ୟୋର୍ତିମୟୀ ମହାନ୍ତି, ଡଃ. ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଔପନ୍ୟାସିକ ଏବଂ ଔପନ୍ୟାସିକାଗଣ । ଓଡ଼ିଆ ସାହିତ୍ୟରେ ସଂଖ୍ୟା ଦୃଷ୍ଟିରୁ ବୈଜ୍ଞାନିକ ଉପନ୍ୟାସଗୁଡ଼ିକର ରଚନା ସ୍ୱଳ୍ପ ହେଲେ ମଧ୍ୟ ଏଗୁଡ଼ିକର ଆବେଦନ ଖୁବ୍ ବଳିଷ୍ଠ । ଏକବିଂଶ ଶତାବ୍ଦୀର ମନୁଷ୍ୟ ବୈଜ୍ଞାନିକ ଉପନ୍ୟାସ ଜରିଆରେ ଭବିଷ୍ୟତ କଥକ, ନୂତନ ତଥ୍ୟ, ନିଜର ଭବିଷ୍ୟତ ସଂପର୍କରେ ଜାଣିବା ପାଇଁ ଏହି ବୌଦ୍ଧିକ କାର୍ଯ୍ୟକୁ ଉଚିତ୍ ମନେକରିଛି ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ତାଳ ଦେଇ ପ୍ରକାଶନର ପରିପାଟୀକୁ ମଧ୍ୟ ଅତ୍ୟଧିକ ପ୍ରାଣବନ୍ତ କରିବାରେ ସଫଳ ହୋଇପାରିଛି । ତେଣୁ ବିଜ୍ଞାନକୁ ଆଧାର କରି ଯେଉଁ ଉପନ୍ୟାସ ଗୁଡ଼ିକ ରଚିତ ତାକୁ ଅଧ୍ୟୟନ କଲେ ମନରେ ଆସେ ଅଜସ୍ର ଜିଜ୍ଞାସା । ଯାହାକୁ ଭିତ୍ତିକରି ଉକ୍ତ ପୁସ୍ତକର ପ୍ରବନ୍ଧଗୁଡ଼ିକ ସମାବିଷ୍ଟ । ନିଃସନ୍ଦେହରେ କୁହାଯାଇପାରେ ଯେ ଏଯାବତ୍ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସକୁ ନେଇ ବିଶେଷ ସମାଲୋଚନା ପୁସ୍ତକ ପ୍ରକାଶ ପାଇନାହିଁ । ତେଣୁ ଏହି ପୁସ୍ତକରେ ସାତୋଟି ଅଧ୍ୟାୟରେ ବୈଜ୍ଞାନିକ ଉପନ୍ୟାସ ଗୁଡ଼ିକର ଅନୁଶୀଳନାତ୍ମକ ବ୍ୟାଖ୍ୟା କରାଯାଇ ତାର ଅନ୍ତନିର୍ହିତ ଉପାଦାନ ସବୁକୁ ଲୋକଲୋଚନକୁ ଅଣାଯାଇଛି ।"

Full Product Details

Author:   Nibedita Panda
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.20cm , Length: 21.60cm
Weight:   0.272kg
ISBN:  

9781645603375


ISBN 10:   1645603377
Pages:   210
Publication Date:   20 November 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଡକ୍ଟର ନିବେଦିତା ପଣ୍ଡା ସାଂପ୍ରତିକ ସମୟର ଜଣେ ଗବେଷିକା, ସମାଲୋଚିକା ଏବଂ ସୁସାହିତ୍ୟିକା । ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍].ଫିଲ୍ ଡିଗ୍ରୀ ଓ ୨୦୧୯ ମସିହାରେ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭକରିଛନ୍ତି । ତାଙ୍କର କେତେକ କବିତା, ଗଳ୍ପ, ଉପନ୍ୟାସ ସମ୍ବନ୍ଧୀୟ ସମାଲୋଚନାତ୍ମକ ପ୍ରବନ୍ଧ ବିଭିନ୍ନ ପୁସ୍ତକ ଓ ପତ୍ର ପତ୍ରିକାରେ ପ୍ରକାଶିତ । ଆକାଶବାଣୀ ସମ୍ବଲପୁରକେନ୍ଦ୍ରରୁ 'ଘରସଂସାର' ଏବଂ 'ଯୁବବାଣୀ' କାର୍ଯ୍ୟକ୍ରମରେ ତାଙ୍କର ବହୁ ଉପାଦେୟ ଆଲୋଚନା ପ୍ରସାରିତ । ନିଜସ୍ୱ ପ୍ରତିଭା ପାଇଁ ଡକ୍ଟର ପଣ୍ଡା 'ବୀରକଳିଙ୍ଗ' ଅନୁଷ୍ଠାନ ତରଫରୁ 'କଳିଙ୍ଗ ଯୁବ ପ୍ରତିଭା' ସମ୍ମାନରେ ସମ୍ବର୍ଦ୍ଧିତା ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List