Mati

Author:   Mayadhar Sahoo
Publisher:   Black Eagle Books
ISBN:  

9781645604891


Pages:   126
Publication Date:   19 March 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $39.60 Quantity:  
Add to Cart

Share |

Mati


Add your own review!

Overview

"ବାଇ ପୃଷ୍ଟି ହେଉ ଅବା ମାଳିଅପା, ହରିମାମୁ, ନନ୍ଦିଆ, ଶିରିଆ, ମଧୁଆ, ଭୋଳା, ଦେବୁ ଅବା ଗୋବିନ୍ଦ ଭାରିଯା; ଏଇମାନେ ତ ସବୁ ଆପଣଙ୍କର ଚିହ୍ନା ମଣିଷ, ଆଖପାଖର ଆପଣାର ଲୋକ ଯାହାର ସୁଖଦୁଃଖ, ହସକାନ୍ଦ ଆଉ ଜୀବନ ସଂଗ୍ରାମର ଦୃଷ୍ଟ ଅଦୃଷ୍ଟ ଧାରା ଆପଣଙ୍କ ଜୀବନକୁ ପରିପୁଷ୍ଟ କରିଛି ପାଠକେ!! ""ମାଟି'ର ପରିବର୍ଦ୍ଧିତ ସଙ୍କଳନ କେବଳ ମାଟିର କଥା, ସେଇମାନଙ୍କ କଥା, ଆଉ ଆପଣଙ୍କର କେତୋଟି ନିଜକଥା, ଯାହାକୁ ନିଜ ଛାତିର ଦୁଆତରେ କଲମ ବୁଡ଼େଇ ଲେଖିବାର ପ୍ରୟାସ ମାତ୍ର କରିଛନ୍ତି ଲେଖକ ।"

Full Product Details

Author:   Mayadhar Sahoo
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.80cm , Length: 21.60cm
Weight:   0.168kg
ISBN:  

9781645604891


ISBN 10:   1645604896
Pages:   126
Publication Date:   19 March 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

'ମାଟି' ଗଳ୍ପ ସଙ୍କଳନ କଥାଶିଳ୍ପୀ ମାୟାଧର ସାହୁଙ୍କ ସୃଜନ ଯାତ୍ରାର ପ୍ରଥମ ଇସ୍ତାହାର ବୋଲି ବିଶ୍ୱାସ କରିବାକୁ କଷ୍ଟ ହୁଏ । ଅନିଶ୍ଚିତ ଭବିଷ୍ୟତକୁ ନେଇ ବଞ୍ଚୁଥିବା ମଣିଷର ଅସହାୟତାର କଥା, ଦୁଃସ୍ଥିତି, ଦୁର୍ଦ୍ଦଶା ଭିତରେ ଜୀବନ ବଞ୍ଚୁଥିବା ମଣିଷର କଥାକୁ ଏତେ ଜୀବନ୍ତ ଏବଂ ମର୍ମସ୍ପର୍ଶୀ ଭାବେ ବଖାଣିଛନ୍ତି ଯେ ସ୍ୱତଃସ୍ଫୂର୍ତ୍ତ ବେଦନାର୍ଦ୍ର ହୋଇ ଉଠେ ଅନ୍ତର; ସଙ୍କଳନର ଗପ ସବୁ ପଢ଼ିବା ପରେ । କରୁଣା ହିଁ ତାଙ୍କ ଗଳ୍ପର ଅନ୍ତଃସ୍ୱର । ତାଙ୍କ ବର୍ଣ୍ଣନାରେ ଦୁଃଖ ବି ଲାଗୁଛି ମହିମ୍ନ । ଭିଜାମାଟିର ସ୍ନିଗ୍ଧ ସୁଶୀତଳ ମହକରେ ଏ ସଙ୍କଳନର ଗପଗୁଡ଼ିକ ଆବିଷ୍ଟ କରି ରଖିବ ପାଠକ ପାଠିକାଙ୍କୁ, ଏଇ ବିଶ୍ୱାସ ସହ ଶ୍ରଦ୍ଧେୟ ଗାଳ୍ପିକଙ୍କ ପାଇଁ ମୋର ଆନ୍ତରିକ ଶୁଭେଛା । ତାଙ୍କ ଲେଖନୀ ବେଗଗାମୀ ହେଉ । - ଜୟନ୍ତୀ ରଥ, ସ୍ୱନାମଧନ୍ୟ ଗାଳ୍ପିକା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବ ସଚିବ


Author Information

ମାୟାଧର ସାହୁଙ୍କ ଜନ୍ମ ଯାଜପୁରରୋଡ଼ ନିକଟସ୍ଥ ରଘୁନାଥପୁର ଗାଁରେ । ସେ ବୃତ୍ତିରେ ଜଣେ ଇଞ୍ଜିନିୟର୍ । ସେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଯୁବ ଗାଳ୍ପିକ ପୁରସ୍କାରର ପ୍ରଥମ ପ୍ରାପକ ଓ ଫକୀରମୋହନଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପୁରସ୍କାର (୧୯୯୬)ର ପ୍ରାପକ । କାର୍ଯ୍ୟବସ୍ତତା ତଥା ବିଭିନ୍ନ କାରଣରୁ ଦୁଇ ଦଶନ୍ଧିର ସୃଜନ-ସନ୍ୟାସ ପ୍ରାୟ ଜୀବନ ବିତେଇବା ପରେ ଗଳ୍ପ ସୃଜନରେ ପୁନଃ ଆତ୍ମସମର୍ପଣ କରିଛନ୍ତି । ତେରଗୋଟି ଗପକୁ ନେଇ 'ମାଟି' ଗଳ୍ପ ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଥମେ ୧୯୯୮ରେ ପ୍ରକାଶିତ । ସତରଟି ଗପକୁ ନେଇ ଏହାର ପରିବର୍ଦ୍ଧିତ ସଂକଳନ ବ୍ଲାକ୍ ଈଗଲ୍ ବୁକ୍ସ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି । ଶ୍ରୀ ସାହୁଙ୍କ ପ୍ରକାଶିତ ଅନ୍ୟ ଗଳ୍ପ ସଂକଳନଗୁଡ଼ିକ ହେଲା- 'ଅପରାଜିତା'(୨୦୨୨) ଓ 'ଚିରୁଗୁଣି'(୨୦୨୩) ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

wl

Shopping Cart
Your cart is empty
Shopping cart
Mailing List