|
|
|||
|
||||
Overviewଏଇ ସାତବର୍ଷ ଭିତରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପ ଗୁଡ଼ିକ ମଧ୍ୟରୁ, ବାରଟି ଗଳ୍ପକୁ ନେଇ ମୋର ଏହି ଦ୍ୱିତୀୟ ଗଳ୍ପ ସଂକଳନ 'ଅର୍ଦ୍ଧସତ୍ୟର ଛାଇ'। ଦୃଶ୍ୟ ପଛରେ ଯାହା ଲୁଚିଥାଏ, ସ୍ୱପ୍ନ ଓ ସ୍ମୃତିରେ ଯାହା ଉଚ୍ଚାରିତ ହୁଏ- ସେଇ ହେଉଛି 'ଅର୍ଦ୍ଧସତ୍ୟର ଛାଇ'। ଯେମିତି ଏଥିରେ ଥିବା 'କୋଇଲି' ଗପଟି କେବଳ ଗପ ନୁହେଁ, ଏହା ମୋ ପିଲାଦିନର ଅଭୁଲା ସ୍ମୃତି। ଆମସ୍କୁଲ, ସ୍କୁଲ ଫେରନ୍ତା ବାଟ, ବାଟରେ ପଡ଼ୁଥିବା ପୁରୁଣା ଡାକବଙ୍ଗଳା ଏବଂ ବଡ଼ଘର ଫାଟକ ବାହାରେ ହାତପାତି ବସିଥିବା ଗରିବ ଝିଅ। ଇତି ମଧ୍ୟରେ ଦୀର୍ଘ ପଞ୍ଚତିରିଶ ବର୍ଷରୁ ଅଧିକ ସମୟ ବିତିସାରିଛି। ଅନେକ କଥା ସ୍ମୃତି ସିଲଟରୁ ଲିଭି ଯାଇଥିବା ବେଳେ, କାହିଁକି କେଜାଣି ସେଇ ଦୃଶ୍ୟ ଗୁଡ଼ିକୁ ମୁଁ କେବେ ଭୁଲି ପାରିଲି ନାହିଁ। - ଏ ସବୁର ଚିତ୍ର 'କୋଇଲି' ଗଳ୍ପରେ ଝଲସି ଉଠିଛି। ଜଙ୍ଗଲ ରାସ୍ତାରେ ଝିଅଟିଏ ଆଞ୍ଜୁଳାରେ ଆଞ୍ଜୁଳେ ସ୍ୱପ୍ନର ଫୁଲ ଧରି ବିଦେଶୀବାବୁଙ୍କ ବାଟକୁ ଚାହିଁ ବସିଛି। କଥାଦେଇ ଭୁଲି ଯାଇଛନ୍ତି ବାବୁ। ଚାଲି ଯାଇଛନ୍ତି ବହୁତ ଦୂର, ଆଉ ତାକୁ ଦିନେ ଭୁଲି ଯାଇଛନ୍ତି। ଅପେକ୍ଷାରତ କଅଁଳ ହାତରୁ ଖସି ପଡ଼ିଛି ସ୍ୱପ୍ନରଫୁଲ। ବିଛାଡ଼ି ହୋଇ ପଡ଼ିଛି ରାସ୍ତା ସାରା। ଫୁଲ ସାଉଁଟୁ ସାଉଁଟୁ ଝିଅଟି ଚତୁଃପାର୍ଶ୍ୱର କୋଳାହଳ ଭିତରେ ନିଜକୁ ହଜାଇ ଦେଇଛି ନା' ନିଜେ ହଜିଯାଇଛି, ସେ କଥା କହିଛି ଗଳ୍ପ 'ୠଣାନୁବନ୍ଧ'। ଏମିତି କିଛି ଅନ୍ତରଙ୍ଗ ଅନୁଭବ ଆଉ କିଛି ଶୁଣାକଥା ବା କୌଣସି ଘଟଣାର ଖିଅ ଧରି ଗଢ଼ା ଯାଇଥିବା ଗଳ୍ପଗୁଚ୍ଛକୁ ନେଇ ଏଇ 'ଅର୍ଦ୍ଧସତ୍ୟର ଛାଇ'। Full Product DetailsAuthor: Swarnalata MohapatraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.90cm , Length: 21.60cm Weight: 0.177kg ISBN: 9781645607694ISBN 10: 1645607690 Pages: 146 Publication Date: 24 November 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor InformationTab Content 6Author Website:Countries AvailableAll regions |
||||