Ama Chalani Ama Chamaka

Author:   Indramani Jena
Publisher:   Black Eagle Books
ISBN:  

9781645604792


Pages:   252
Publication Date:   14 November 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Ama Chalani Ama Chamaka


Add your own review!

Overview

ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର]୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉପାଦାନରେ ଶୋଭାପାଏ । ତାହାର ଘନ ସବୁଜିମା ଭରା ଅରଣ୍ୟାନୀ ଏବଂ ଜଳପ୍ରପାତ ଗୁଡିକର ଶବ୍ଦତରଙ୍ଗ ସହିତ ବିହଙ୍ଗମାନଙ୍କର ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳ ଯେମିତି କାକୁଳିରେ ଶବ୍ଦାୟିତ, ଉତ୍କଳୀୟ ମନପ୍ରାଣରେ ପ୍ରକୃତି ରଚେ ସିହରଣ । ମନ ଟାଣେ ପ୍ରକୃତି ସହିତ ତାଳମିଳାଇ ଚାଲିବାକୁ । ସେହି ତାଳରେ ମନ୍ଥର ବେଗରେ ଉତ୍କଳୀୟ କନ୍ୟାର ରୂପଲାବଣ୍ୟ ସହିତ ଓଡ଼ିଶୀନାଚ, ସେହି ଦୃଶ୍ୟ ପଟରେ ଅଳସକନ୍ୟାର ମନଲୋଭା ଚାହାଣି ଆଉ ସେହି ଆନନ୍ଦମୟ ଦେବଦବୀମାନଙ୍କର ବରଦା ହସ୍ତ ମନକୁ ପୁଲକରେ ଭରିଦିଏ । ସରଳ ନିଷ୍କପଟ ଓଡ଼ିଆ ଚରିତ୍ର ସ୍ୱଭାବବନ୍ତ । ମାଟିର ବଳରେ ଆଉ ପାଣିର ଶକ୍ତିରେ ତାର ବେଉସା, ଜଙ୍ଗଲଜାତ ଉପକରଣରେ ତାର ସମୃଦ୍ଧି । ଇତିହାସ ପୃଷ୍ଠାରେ ଅଦୃଷ୍ଟ ହୋଇ ରହିଥିଲା ଓଡ଼ିଶା ମାଟିତଳର ରତ୍ନଗର୍ଭ । ଉତ୍କଳୀୟ ସରଳ ପରିଧାନର ଅନ୍ତରାଳରେ ଛପି ରହିଥିଲା ତାର ଆତ୍ମସମ୍ମାନ ଆଉ ସମର୍ପଣର ମନୋଭାବ । ଯୁଗ ଯୁଗଧରି ପୃଥକ୍ ସମୟରେ ସିଏ ରାଷ୍ଟ୍ରଦେବତାଙ୍କର ଆଶିଷରେ ମଥାଟେକି ଗତି କରିଛି । ସମଗ୍ର ବିଶ୍ୱରେ ଚକାନୟନ ଯୁଗଳର ଅନନ୍ତ ଆବିଳତା ପ୍ରସାର କରିଛି । ସେହି ଓଡ଼ିଆ ପରମ ସ୍ୱାଭିମାନୀ । ନିଜର ଆତ୍ମମର୍ଯ୍ୟାଦା ତିଳେମାତ୍ର କ୍ଷୁଣ୍ଣ ହେବାକୁ ସୁଯୋଗ ଦିଏନାହିଁ । ଦିନେ କୋଣ୍ଡାଭିଡୁ ଦୁର୍ଗ ପାଇକମାନଙ୍କ ହାତରୁ ଛଡାଇନେଇ ନିଜେ କୃଷ୍ଣଦେବରାୟ କହିଥିଲେ, ଓଡ଼ିଆ ଜାତି ଭୋକରେ ମରିପାରେ, ହାତ ପତାଏ ନାହିଁ । ଏହିପରି ଆଉ ଥରେ ଆବେଗପୂର୍ଣ୍ଣ ଘଟଣା ଘଟିଛି ନଅଙ୍କ ଦୁର୍ଭିକ୍ଷରେ । ଜୀବନ ଯାଇଛି ପଛେ ଦାନଛତ୍ରରୁ ଦାନାଟିଏ ନେବାକୁ ଆତ୍ମସମ୍ମାନ ନଷ୍ଟ ହୋଇଯିବାର ଦ୍ୱନ୍ଦ୍ୱ ନେଇ ମୃତ୍ୟୁବରଣ କରିଛି ପଛେ ହାତ ପତାଇ ନାହିଁ । ସେଇ ଓଡ଼ିଆ ଜାତିର ଚଳଣି ଏବଂ ଚମକ ଆଧାରିତ 'ବିଜୟିନୀ' ପତ୍ରିକାର ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ କିଛି ପ୍ରବନ୍ଧ ଆଧାରରେ ଏହି ସଂକଳନଟି ରଚିତ ।

Full Product Details

Author:   Indramani Jena
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.40cm , Length: 21.60cm
Weight:   0.322kg
ISBN:  

9781645604792


ISBN 10:   1645604799
Pages:   252
Publication Date:   14 November 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଲେଖକ ଡାକ୍ତର ଇନ୍ଦ୍ରମଣି ଜେନା ଜଣେ ଲବ୍ଧପ୍ରତିଷ୍ଠ ଚିକିତ୍ସକ ଏବଂ ନିଜ ଅଭିଜ୍ଞତା ବଳରେ ଆଶାତୀତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ମାତୃଭାଷା ଏବଂ ଓଡ଼ିଆ ସଂସ୍କୃତି ପ୍ରତି ଅହେତୁକ ଆକର୍ଷଣ ରହିଛି, ତାହା ବଳରେ ନିଜର ବୃତ୍ତିଗତ ସ୍ୱାସ୍ଥ୍ୟଶିକ୍ଷାର ପ୍ରସାର ତାଙ୍କର ଏକ ପ୍ରବୃତ୍ତି ହୋଇଛି । 'ଓଡ଼ିଶାରେ ସ୍ୱାସ୍ଥ୍ୟ', 'ରକ୍ତଚାପ', 'ମଧୁମେହ ଉପଚାର', 'ସାପକାମୁଡା ଚିକିତ୍ସା' ପରି ଅନେକ ସାଧାରଣ ଲୋକମାନଙ୍କର ସ୍ୱାସ୍ଥ୍ୟଶିକ୍ଷା ପୁସ୍ତକ ରଚନା କରିଛନ୍ତି । ଗାଁଗଣ୍ଡାର ଜୀବନ ସହିତ ସାଧାରଣ ଓଡ଼ିଆ ଚଳଣି, ଭାଷା ଓ ସଂସ୍କୃତି ବିଷୟରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ପାଖରୁ କାହାଣୀ ଶୁଣିବାରେ ବହୁତ ଆଗ୍ରହୀ । ଓଡ଼ିଶାରେ ଇତିହାସ ପୃଷ୍ଠାରେ ବୀରତ୍ୱର ପରାକାଷ୍ଠା ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ତାଙ୍କର ମୁଖ୍ୟ ଆକର୍ଷଣ । ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହକରି ରଚନା କରିଛନ୍ତି ମହାମେଘବାହନ ଖାରବେଳଙ୍କ କଳିଙ୍ଗ କାହାଣୀ 'ନିଶାର୍ଦ୍ଧ ଶାଳଭଞ୍ଜିକା' । ଏହାର ଇଂରାଜୀ ଅନ୍ତର୍ଜାତୀୟ ସଂସ୍କରଣ 'ଶାଳଭଞ୍ଜିକା', 'ଦିଗ୍]ବିଜୟୀ ଗଜପତି' ବ୍ଲାକ୍ ଈଗଲ୍ ବୁକ୍]ସ, ଡବ୍]ଲିନ୍ ଦ୍ୱାରା ପ୍ରକାଶିତ । ଓଡ଼ିଆ ସାମାଜିକ, ସାଂସ୍କୃତିକ ଏବଂ ଐତିହାସିକ ମୂଲ୍ୟବୋଧ ନେଇ ମଧ୍ୟ ସେ ଅନେକଗୁଡ଼ିଏ ଗଳ୍ପ ଏବଂ ପ୍ରବନ୍ଧ ରଚନା କରିଛନ୍ତି । ସେଗୁଡ଼ିକ ମଧ୍ୟରୁ 'ଏଇ ମାଟିର କାହାଣୀ', 'ଫକ୍କଡ' ପୁସ୍ତକଗୁଡ଼ିକ ଉଲ୍ଲେଖଯୋଗ୍ୟ । ୧୯୪୮ ମସିହାରେ ଜନ୍ମ ଡାକ୍ତର ଜେନା ଏବେ ବି ସମାଜ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅନୁସନ୍ଧାନରତ । ବାସ୍ତବିକ ଓ ଜୀବନଧର୍ମୀ ଗପଟିଏ ସମାଜକୁ ଉପହାର ଦେବାକୁ ସେ ସୁଯୋଗ ଖୋଜୁଥାନ୍ତି । ବିଗତ ଦଶବର୍ଷ ମଧ୍ୟରେ ତାଙ୍କ ଉଦ୍ୟମରେ ସଂକଳିତ 'ବିଜୟିନୀ' ବାର୍ଷିକ ପତ୍ରିକାଟି ଏହାର ଉଦାହରଣ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

wl

Shopping Cart
Your cart is empty
Shopping cart
Mailing List