Biswa Jeebana Shantiniketan

Author:   Manindra Kumar Meher
Publisher:   Black Eagle Books
ISBN:  

9781645603320


Pages:   208
Publication Date:   10 July 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Biswa Jeebana Shantiniketan


Add your own review!

Overview

ମୁଁ ଶାନ୍ତିନିକେତନର ଛାତ୍ର ନଥିଲି ଆଦୌ । ତଥାପି ଏହି ବିଶ୍ୱ ବିଖ୍ୟାତ ପ୍ରତିଷ୍ଠାନ ପ୍ରତି ମୋର ଗଭୀର ଆକର୍ଷଣ ରହିଥିଲା, ପୂର୍ବ ଜନ୍ମର ସ୍ମୃତି ସହିତ ସଂଯୁକ୍ତ ହୋଇଯିବା ପରି ଅପୂର୍ବ । ୧୯୯୭ ମସିହାରେ ଯେତେବେଳେ ମୋର ଅତ୍ୟନ୍ତ ପ୍ରିୟ ଛାତ୍ର ଓ ଅନୁଜ, ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶୁକମୁନି ମେହେରଙ୍କ ସହିତ ପ୍ରବେଶ କଲୁ ଶାନ୍ତିନିକେତନ ପରିସରକୁ, ସେତେବେଳେ ମନେ ହେଉଥିଲା ଯେପରିକି ସ୍ୱୟଂ ରବୀନ୍ଦ୍ରନାଥ ଆମକୁ ଦେଖିବା ପାଇଁ ଚାହିଁ ରହିଥିଲେ ଉତ୍କଣ୍ଠିତ ହୋଇ । ମୋର ଅନ୍ୟତମ ଛାତ୍ର ତଥା ମୋ ଆତ୍ମାର ଅବିଚ୍ଛେଦ୍ୟ ଅଂଶ ବର୍ତ୍ତମାନ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ କୁମାର ପଧାନ ସେ ସମୟରେ ଅଧ୍ୟୟନ କରୁଥାନ୍ତି ଓଡ଼ିଆ ବିଭାଗରେ । ତାଙ୍କରି ଆଖି ଦୁଇଟି ମାଧ୍ୟମରେ ମୁଁ ଦେଖୁଥିଲି ସତେକି ପ୍ରତ୍ୟକ୍ଷ ଭାବରେ ଶାନ୍ତିନିକେତନର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ । ପରବର୍ତ୍ତୀ ସମୟରେ ସେଠାରେ ପିଏଚ୍]ଡି ଡିଗ୍ରୀ ନିମିତ୍ତ ଗବେଷଣା କରିବାକୁ ଯାଆନ୍ତି ସ୍ନେହାଧୀନ ଆଜ୍ଞାଧୀନ ସମର୍ପିତ ହୃଦୟ ଧାରଣ-ସକ୍ଷମ ଡକ୍ଟର ବାଳକୃଷ୍ଣ ବେହେରା । ଲକ୍ଷ୍ମଣ ଥିବାବେଳେ ଯାଇଛି ଯେପରି ଶାନ୍ତିନିକେତନକୁ ସେହିପରି ବାଳକୃଷ୍ଣଙ୍କ ସମୟରେ ମଧ୍ୟ । କାୟା ସହିତ ଛାୟା ପରି ଅବିଚ୍ଛନ୍ନ ଥିଲେ ଓ ସାରା ଶାନ୍ତିନିକେତନର କୋଣ ଅନୁକୋଣକୁ ନେଇ ଯାଇଥିଲେ ଏହି ଦୁଇଜଣ ଯେଉଁ ଅନିର୍ବଚନୀୟ ଉତ୍ସାହ ସହିତ, ବୁଲାଇ ଦେଇଥିଲେ ଓ ଭିଜାଇ ଦେଇଥିଲେ ତାଙ୍କର ଅନୁରାଗଦୀପ୍ତ ଆଗ୍ରହ ବଳରେ ତାକୁ ଏ ଜନ୍ମରେ ବିସ୍ମୃତ ହୋଇଯିବା ଏକାନ୍ତ ଅସମ୍ଭବ । ଶାନ୍ତିନିକେତନ ଭ୍ରମଣାନୁଭୂତି ମୁଁ ଲେଖିଥିଲି ବରପାଲି କଲେଜର ମୁଖପତ୍ରରେ । ଏ ଅନୁଭୂତି ଦିନେ ଯେ ମୋତେ ଏପରି ପୁସ୍ତକଟିଏ ଲେଖିବା ପାଇଁ ପ୍ରଚୋଦିତ କରିବ, ଏହା ଭାବିପାରି ନଥିଲି କେବେହେଲେ । ଜୀବନରେ ଏକ ଏକ ସଂଯୋଗ ଏପରି ଘଟିଥାଏ ଯାହା ଅଚିନ୍ତନୀୟ ଓ କଳ୍ପନାତୀତ ।

Full Product Details

Author:   Manindra Kumar Meher
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.20cm , Length: 21.60cm
Weight:   0.268kg
ISBN:  

9781645603320


ISBN 10:   1645603326
Pages:   208
Publication Date:   10 July 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ସାରସ୍ୱତ ଜଗତର ଏକ ବିନମ୍ର ବରଦାନ । ଗଳ୍ପ, ପ୍ରବନ୍ଧ ସାହିତ୍ୟ, ସମାଲୋଚନା, ରମ୍ୟରଚନା ଓ ଜୀବନୀ ସୃଷ୍ଟି କ୍ଷେତ୍ରରେ ସେ ଯେଉଁ ନିଷ୍ଠା ଓ ନୈତିକ ସୌନ୍ଦର୍ଯ୍ୟ ପ୍ରକଟ କରିଛନ୍ତି ତାହା ଏକାନ୍ତ ହୃଦୟସ୍ପର୍ଶୀ । ଗଙ୍ଗାଧରଙ୍କ ବିରଳ ସ୍ମୃତିସାମଗ୍ରୀ ସଂରକ୍ଷଣ, ସ୍ନେହସ୍ନିଗ୍ଧ ଶିକ୍ଷାଦାନ, ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରତିଷ୍ଠାନ ପରିଚାଳନାରେ ସେ ପ୍ରଦର୍ଶନ କରିପାରିଛନ୍ତି ଦିବ୍ୟଆଶିଷ ।ବରପାଲି ମହାବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶେଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ତଥା ଅନ୍ୟ ବିଶ୍ୱବିଦ୍ୟାଳୟରେ ନିଜସ୍ୱ ମୌଳିକ ଅନୁଭବ ଓ ଅନୁଶୀଳନକୁ ଉନ୍ମୁକ୍ତ କରି ସମଗ୍ର ଓଡ଼ିଶାର ବୃହତ୍ତର ଛାତ୍ରସମାଜ ପାଇଁ ସେ ଅତୁଳନୀୟ ଅନୁପ୍ରେରଣାର ପ୍ରତୀକ ଭାବରେ ଜାଜ୍ଜ୍ୱଲ୍ୟମାନ । ସମ୍ପ୍ରତି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଭିଜିଟିଂ ପ୍ରଫେସର ଭାବରେ ଅବସ୍ଥାପିତ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List